Collection: TIMEPASS ଟାଇମପାସ୍

ଯୁବଲେଖକ ସରୋଜ ବଳଙ୍କ ଦ୍ୱାରା 2006 ମାର୍ଚ୍ଚ 9 ତାରିଖରେ ପ୍ରତିଷ୍ଠିତ ଓଡ଼ିଶାର ସର୍ବାଧୁନିକ ଓ ସର୍ବଜନାଦୃତ ପ୍ରକାଶନ ସଂସ୍ଥା ହେଉଛି 'ଟାଇମପାସ'! ତରୁଣ, ପ୍ରବୀଣ ଓ ବରିଷ୍ଠ - ସବୁବର୍ଗର ଲେଖକଙ୍କୁ ନେଇ ବିଗତ ଦେଢ଼ ଦଶନ୍ଧି ଧରି ଯାତ୍ରା ଜାରି ରଖିଥିବା 'ଟାଇମପାସ' ଅଦ୍ୟାବଧି 1200ରୁ ଅଧିକ ପୁସ୍ତକର ପ୍ରକାଶକ ଭାବେ ସୁପରିଚିତ! କେବଳ ବହି ଛାପିବା ନୁହେଁ, ସେସବୁର ସଠିକ ପ୍ରଚାର ପ୍ରସାର, ଅଫଲାଇନ ଓ ଅନଲାଇନ ମାର୍କେଟିଂ, ସୋସିଆଲ ମିଡିଆରେ ବ୍ୟାପକ ବିଜ୍ଞାପନ, ସର୍ବାଧିକ ବିକ୍ରିତ ପୁସ୍ତକକୁ 'ବେଷ୍ଟସେଲର' ପୁରସ୍କାର ପ୍ରଦାନ, ତରୁଣ ଓ ଯୁବଲେଖକଙ୍କ ପାଇଁ ଏକାଧିକ ପ୍ରତିଯୋଗିତା ତଥା ପୁରସ୍କାର ପ୍ରଚଳନ, ପୁସ୍ତକ ଉନ୍ମୋଚନ, ସଭାସମିତି ଆୟୋଜନ, ପୁସ୍ତକମେଳାରେ ଯୋଗଦାନ ଭଳି ଅନେକ ଉତ୍ସାହପ୍ରଦ କାର୍ଯ୍ୟ ମଧ୍ୟ କରିଥାଏ 'ଟାଇମପାସ'!